ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ
Advertisement

ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ

Sharad Pawar: ଏଠାରେ କହି ରଖୁଛୁ ଯେ, ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତାରୁ ହଟା ଯାଇଥିଲା । ଏହା ପରେ ଶାହବାଜ ସରିଫ (Shahbaz Sharif) ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ

ମୁମ୍ୱାଇ: Sharad Pawar: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖିଆ ଶରଦ ପାୱାର (Nationalist Congress Party: NCP Chief Sharad Pawar)  ଭାରତ ଓ ପାକିସ୍ଥାନ ସମ୍ପର୍କ (Indo-Pak Relations) ଉପରେ ନିଜର ମତ ରଖିଛନ୍ତି । ଗୁରୁବାର ସେ କହିଛନ୍ତି ଯେ, ପାକିସ୍ତାନ (Pakistan) ର ସାଧାରଣ ଲୋକ ଭାରତ (India) ର ଶତ୍ରୁ ନୁହଁନ୍ତି । ଏହି ସମୟରେ ସେ ନାମ ନ ନେଇ ପଡ଼ୋଶୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ପ୍ରଶଂସା କରିଛନ୍ତି । 

ଗୁରୁବାର ଇଦ୍-ମିଲାନ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ (Sharad Pawar) ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ । ଏଠାରେ ଇମ୍ରାନ ଖାନଙ୍କ ନାମ ନ ନେଇ ସେ କହିଛନ୍ତି ଯେ, ଜଣେ ଯୁବକ ଦେଶକୁ ରାସ୍ତା ଦେଖାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ କ୍ଷମତାରୁ ବେଦଖଲ ହୋଇଯାଇଛନ୍ତି । ଆଜି ଦୁନିଆରେ ଅଲଗା ପ୍ରକାରର ସ୍ଥିତି ଦେଖାଦେଇଛି । ଋଷ (Russia) ପରି ଶକ୍ତିଶାଳୀ ଦେଶ ୟୁକ୍ରେନ (Ukraine) ପରି ଏକ ଛୋଟ ଦେଶ ଉପରେ ଆକ୍ରମଣ କରୁଛି, ଶ୍ରୀଲଙ୍କା (Sri Lanka) ରେ ଯୁବକମାନେ ରାସ୍ତାରେ ଓହ୍ଲାଇଛନ୍ତି, ଲଢ଼େଇ କରୁଛନ୍ତି ଏବଂ ସେହି ଦେଶର ନେତାମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । 

ସେ ଆଗକୁ କହିଛନ୍ତି ଯେ, "ପଡୋଶୀ ପାକିସ୍ତାନରେ, ଯେଉଁଠାରେ ଆପଣଙ୍କ ଓ ମୋର ଭାଇମାନେ ଅଛନ୍ତି ... ଜଣେ ଯୁବ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ଦେଶକୁ ସଠିକ୍ ମାର୍ଗ ଦେଖାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇ ଦିଆଯାଇଛି । ସେଠାରେ ଏକ ଅଲଗା ଦୃଶ୍ୟ ନଜରକୁ ଆସୁଛି ।" ବିଶେଷ କଥା ହେଉଛି କେନ୍ଦ୍ର ମନ୍ତ୍ରୀ ତଥା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଥିବାବେଳେ ପାୱାର ଅନେକ ଥର ପାକିସ୍ତାନ ଗସ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ କିଏ? ଚର୍ଚ୍ଚାରେ ଏସବୁ ନାମ​

ଏଠାରେ କହି ରଖୁଛୁ ଯେ, ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତାରୁ ହଟା ଯାଇଥିଲା । ଏହା ପରେ ଶାହବାଜ ସରିଫ (Shahbaz Sharif) ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ପାୱାର ଆହୁରି କହିଛନ୍ତି ଯେ, "ଲାହୋର ହେଉ ଅବା କରାଚି ଯେଉଁଠାରେ ଆମେ ଯାଇଛୁ, ସେଠାରେ ଆମର ସ୍ୱାଗତ ହୋଇଛି । ଆମର କ୍ରିକେଟ୍ ଦଳ ସହିତ ମ୍ୟାଚ୍ ପାଇଁ ଆମେ କରାଚି ଯାଇଥିଲୁ । ମ୍ୟାଚର ଗୋଟିଏ ଦିନ ପରେ ଖେଳାଳିମାନେ ଆଖପାଖକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ... ଆମେ ଏକ ରେଷ୍ଟୁରାଣ୍ଟକୁ ଯାଇ ଜଳଖିଆ ଖାଇବା ପରେ ଯେତେବେଳେ ଆମେ ବିଲ୍ ପେମେଣ୍ଟ କରିବାକୁ ଯାଇଥିଲୁ ତ ରେଷ୍ଟୁରାଣ୍ଟ ମାଲିକ ଟଙ୍କା ନେବାକୁ ମନା କରିଦେଇଥିଲେ ଓ କହିଥିଲେ ଯେ ଆମେମାନେ ତାଙ୍କର ଅତିଥି ।"

Trending news